ମନ୍ତ୍ରୀ ରବି ନାରାୟଣ ନାଏକ ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆସିଥିଲେ। ବୁର୍ଲା ଭିମସାର ହସ୍ପିଟାଲରେ ଚିକିତ୍ସିତ ହେବା ସହ ମନ୍ତ୍ରୀ ନାଏକ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକଙ୍କ ସହିତ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ଉପରେ ବି ଆଲୋଚନା କରିଥିଲେ।

ରାଜ୍ୟ ସରକାର ଜଣେ ମନ୍ତ୍ରୀ ବିଶ୍ୱାସର ସହ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବାରୁ ସାଧାରଣ ରୋଗୀଙ୍କ ମଧ୍ୟରେ ବୁର୍ଲା ଭିମ୍‌ସାର ମେଡ଼ିକାଲ ଉପରେ ବିଶ୍ୱାସ ଜନ୍ମିଛି।

Leave a Reply

Your email address will not be published. Required fields are marked *