ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଖିଲାପ ପାଇଁ ସରକାର ନେଲେ କାର୍ଯ୍ୟନୁଷ୍ଠାନ । ରାଜେନ୍ଦ୍ରଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ନଜର ରଖୁଥିଲେ । କାର୍ଯ୍ୟଶୈଳୀରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ସସପେଣ୍ଡ କରି ଚେତାବନୀ ଦେଲେ ସରକାର । ଏନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୋସିଆଲ ମିଡ଼ିଆ ‘ଏକ୍ସ’ ଜରିଆରେ ଏହି ସୂଚନା ଦେଇଛନ୍ତି । ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖି ଆସିଥିଲେ ଓ ତାଙ୍କ କାର୍ଯ୍ୟଶୈଳୀରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବା ଯୋଗୁଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏଥି ସହିତ ଅନ୍ୟାନ୍ୟ ମାଇନିଙ୍ଗ ଅଫିସରମାନଙ୍କ କାର୍ଯ୍ୟଧାରା ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖିଛନ୍ତି । କୌଣସି ବିଭାଗରେ କୌଣସି ଅଧିକାରୀ ବା କର୍ମଚାରୀ ଦୁର୍ନୀତିରେ ସମ୍ପୃକ୍ତ ପ୍ରମାଣ ରହିଲେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । Post navigation କାଳବୈଶାଖୀର କ୍ଷୟକ୍ଷତି ସମୀକ୍ଷା ବେଳେ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ କଲେ ଗ୍ରାମବାସୀ ଅଙ୍ଗନବାଡ଼ି ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ; ୨ ଗୁରୁତର