ମଙ୍ଗଳବାର ଦିନ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଭାଜପା ଘୋଷଣା କରିବା ପରେ ଜଣାଶୁଣା ଖଣିମାଫିଆ ତାଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଛି । ଯୋଡ଼ା ଅଞ୍ଚଳର ଜଣାଶୁଣା ଖଣିମାଫିଆ ତଥା ଚମ୍ପୁଆ ବିଜଦ ବିଧାୟକ ସନାତନ ମହାଖୁଡ଼ ତାଙ୍କ ପାଖରେ ପହଞ୍ଚିଛନ୍ତି ।

ବିଧାୟକ ଶ୍ରୀ ମହାଖୁଡ଼ଙ୍କର ଜଣାଶୁଣା ଖଣିମାଫିଆ ତ୍ରିବେଣୀ ଆର୍ଥ ମୁଭର୍ସ ସହିତ ଦୀର୍ଘ ଦିନର ବ୍ୟାବସାୟିକ ସମ୍ପର୍କ ରହିଛି । କେବଳ ସନାତନ ନୁହଁନ୍ତି ଭୁବନେଶ୍ୱରରେ ହୋଟେଲ ବ୍ୟବସାୟ ସହିତ ଖଣି ବ୍ୟବସାୟ କରୁଥିବା ଜଣେ ଜଣାଶୁଣା ମାଫିଆ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ଏହି ବ୍ୟବସାୟୀ ବିଜଦ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ବ୍ୟବସାୟ କରୁଥିବା ଜଣାପଡ଼ିଛି । ଯଦି ଏହି ଖଣି ମାଫିଆମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଏପରି ଘେରି ରହିବେ ତେବେ ରାଜ୍ୟରେ ଭାଜପା ସରକାର ବଦ୍ନାମ ହେବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ଆଲୋଚନା ହେଉଛି ।

By Nirvay

Leave a Reply

Your email address will not be published. Required fields are marked *