ହିମାଚଳରେ ୨୧ ବର୍ଷକୁ ବଢ଼ିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ । ବିଧାନସଭାରେ ଧ୍ୱନିମତରେ ବିଲ୍ ପାରିତ । ହିମାଚଳରେ ଝିଅଙ୍କ ବିବାହ ବୟସ ୧୮ ବର୍ଷ ରହିଥିବା ବେଳେ ଏବେ ସରକାର ଏହାକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥିରେ ଉଭୟ ଶାସକ ଓ ବିରୋଧୀଙ୍କ ସମର୍ଥନ କରିଛନ୍ତି । କିନ୍ତୁ ଏହି ଆଇନ କାର୍ଯ୍ୟକାରୀ ହେଲେ ହିମାଚଳ ପାଲଟିବ ଦେଶର ପ୍ରଥମ ରାଜ୍ୟ । ଏହି ବିଲ୍ ପାରିତ ହେବା ଦ୍ୱାରା ଝିଅମାନେ ଆଗକୁ ବଢ଼ିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ।

ସୂଚନା ମୁତାବକ; ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଧନୀ ରାମ ଶାଣ୍ଡିଲ ବାଲ୍ୟ ବିବାହ ନିଷେଧ ନିମନ୍ତେ ହିମାଚଳ ପ୍ରଦେଶ ସଂଶୋଧନ ବିଲ୍-୨୦୨୪ ଗୃହରେ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *