medical-team-rushes-diarrhoea-hit-jajpur
ଯାଜପୁର ଅଞ୍ଚଳରେ ୫୦୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏକ ଡାକ୍ତରୀ ଟିମ୍‌ ଆଜି ରୋଗୀଙ୍କ ପାଖରେ ପହଞ୍ଚିଛି ।
 
ଏହି ଟିମ୍‌ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ଅଛନ୍ତି । କାହିଁକି ଡାଇରିଆ ବ୍ୟାପିଲା ଟିମ୍‌ ଅନୁଧ୍ୟାନ କରୁଛନ୍ତି । ଲୋକଙ୍କ ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ ଟିମ୍ ପଠାଯାଉଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସବୁ ମନିଟରିଂ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ଅଶ୍ଵଥି ଏସ୍ ସୂଚନା ଦେଇଛନ୍ତି ।
 
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ଚାଲିଛି, ପାନୀୟ ଜଳ ଉତ୍ସ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଟିମ୍‌ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡ଼ିବ ବୋଲି ଜଣାପଡିଛି ।

By Nirvay

Leave a Reply

Your email address will not be published. Required fields are marked *