କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ନେଇ ଦୁଃଖପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଘଟଣା ଘଟିବା ପରଠାରୁ ବୈଦେଶିକ ମନ୍ତ୍ରଣାଳୟ ଓଡ଼ିଶା ସରକାର, କିଟ୍ ଏବଂ ନେପାଳ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି । ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମିକତା’ ରହିଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି । କିଟରେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ହାଜର ହୋଇଛନ୍ତି । ଅଚ୍ୟୁତ ସାମନ୍ତଙ୍କ ସମତେ ମୋଟ୍ ୮ ଜଣଙ୍କୁ ସମନ କରିଥିଲା ଉଚ୍ଚସ୍ତରୀୟ କମିଟି । Post navigation କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ଅଚ୍ୟୁତ ସାମନ୍ତ ଓଡ଼ିଶାରେ ରେଳ ପ୍ରକଳ୍ପର ତ୍ୱରିତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଙ୍କ ଆଲୋଚନା