ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ସୂଚନା ଦିଆଯାଇଛି । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ କରି ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ବିକ୍ରମ ମିସ୍ରି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଆମେରିକାର ଏକ ଅତ୍ୟନ୍ତ ଫଳପ୍ରଦ ଗସ୍ତ ସମାପ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ, ଦୁଇ ନେତା ମିଶନ-୫୦୦ ଆରମ୍ଭ କରିଛନ୍ତି, ଯାହା ୨୦୩୦ ସୁଦ୍ଧା ମୋଟ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇଗୁଣରୁ ଅଧିକ କରି ୫୦୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଆଉ ମଧ୍ୟ କହିଛନ୍ତି ଯେ ଆଲୋଚନା ସମୟରେ ଅବୈଧ ପ୍ରବାସୀ ପ୍ରସଙ୍ଗ ଉଠିଥିଲା। ଆମେ ସେମାନଙ୍କୁ ଫେରାଇ ଆଣିବୁ। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଅବୈଧ ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ କାହାଣୀର ଶେଷ ନୁହେଁ। ଏକ ଇକୋସିଷ୍ଟମ ଅଛି, ଯାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଭୟ ଦେଶର ଦାୟିତ୍ୱ। ଉଭୟ ନେତା ବାଂଲାଦେଶ ବିଷୟରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବାଂଲାଦେଶର ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ତାଙ୍କର ଚିନ୍ତା ବାଣ୍ଟିଛନ୍ତି ଏବଂ ଭାରତ ଏହାକୁ କିପରି ଦେଖୁଛି ତାହା କହିଛନ୍ତି । Post navigation ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲୱାମା ଆକ୍ରମଣ; ଆଜିର ଦିନରେ ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ