ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମା ଲାଞ୍ଚ ନେଲା ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ହାତରେ ବୁଧବାର ଦିନ ରାତିରେ ଧରା ପଡ଼ିଥିଲେ । କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଥିଲେ । ଏମ୍ସିଏଲ୍ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏରିଆ ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମାଙ୍କୁ ସିବିଆଇ ଆଜି ଜେଲ୍ ପଠାଇଦେଇଛି । ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖରେ ହେବ । Post navigation ୧୨ ତାରିଖରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର