ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୟୂରଭଞ୍ଜ ଜିଲ୍ଲା ପଛରେ ପଡ଼ିଥିବାରୁ ଜିଲ୍ଲାପାଳଙ୍କ କଠୋର ପଦକ୍ଷେପ। ମୟୂରଭଞ୍ଜ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି । ତେଣୁ ଜଣେ କି ଦୁଇଜଣ ନୁହେଁ, ଜିଲ୍ଲାର ୮୪୩ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଏ ନେଇ ପ୍ରତି ବ୍ଲକକୁ ଚିଠି କରିଛନ୍ତି ଜିଲ୍ଲାପାଳ ହେମକାନ୍ତ ସୟ। ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା। ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ଜଣ ଅଫିସର ନିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩ଜଣ ଠିକ୍ ଭାବେ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ବେଳେ ଅବଶିଷ୍ଟ ୮୪୩ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜଣାପଡ଼ିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ର ନୀରିକ୍ଷଣ ନିମନ୍ତେ ଅନାଗ୍ରହ ଏବଂ କାର୍ଯ୍ୟ ସମ୍ପନ୍ନ ପାଇଁ ଅପାରଗତା କାରଣରୁ ଏହା ପୂରଣ ହୋଇପାରିନାହିଁ । ଫଳରେ ଏକ ବର୍ଷ ଧରି ପଡ଼ିରହିଥିବା ଗୃହଗୁଡ଼ିକର କାର୍ଯ୍ୟ ସମାପ୍ତ ହେବାରେ ବିଳମ୍ବ ଦେଖାଯାଇଛି। ଫଳରେ ହଜାର ହଜାର ହିତାଧିକାରୀ ଘରଟିଏ ନ ପାଇ ନିରାଶ ହୋଇ ଯାଇଛନ୍ତି ରହିଛନ୍ତି । ଫଳରେ ସରକାରଙ୍କ ଯୋଜନା ସଫଳ ହେବାରେ ବହୁ ବାଧା ଉପୁଜିଥିବା ଦର୍ଶାଯାଇଛି। ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଚାଲି ଆସିଛନ୍ତି ଜିଲ୍ଲାପାଳ। ଏହାକୁ ନେଇ ଟ୍ୟାଗଡ ଅଫିସରଙ୍କ ଦରମାକୁ ଅକ୍ଟୋବର ୨୦୨୪ରୁ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। Post navigation ନେତାଙ୍କୁ ଅଣଦେଖା କରିବା ବିଜେଡି ହାରିବାର କାରଣ; ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି: ସୁନନ୍ଦା କାହାକୁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ‘ମୋତେ ହେୟଜ୍ଞାନ କରନାହିଁ’