ଆଜି ୭୭ ବର୍ଷରେ ପାଦ ଥାପିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ଏହି ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରୁ ଭୁବନେଶ୍ବର ମେୟର ସୁଲୋଚନା କହିଛନ୍ତି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ତାଙ୍କୁ ଡକାଗଲା କିନ୍ତୁ ସେ ଆସିଲେ ନାହିଁ । ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ଏଠାକୁ ଆସିଲେନି । ଏଠି ଯୋଗ ଦେଇ ପୁରୀ ଯାଇପାରିଥାନ୍ତେ କିନ୍ତୁ ତାଙ୍କ ପାଇଁ ଦଳ ବଡ଼ ହେଲା ସହର ନୁହେଁ ।

Leave a Reply

Your email address will not be published. Required fields are marked *