ଚଳତବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା । ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି ଆସନ୍ତା ୧୯ ତାରିଖରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ମାଟ୍ରିକ୍ ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ରାଜ୍ୟରେ ମୋଟ ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଚଳିତ ବର୍ଷ ପ୍ରାୟ ୮୦ଟା ସେଣ୍ଟର ଅଧିକ କରାଯାଇଛି । ସମସ୍ତ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା କିପରି ଚାଲିଛି ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍ରୁ ଦେଖିହେବ । ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । ସେହିପରି କପି ରୋକିବାକୁ ପ୍ରତି ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାରେ ୱାଟର୍ ମାର୍କ ଓ କ୍ୟୁଆର୍ କୋଡ୍ ରଖାଯାଇଛି । ଯଦି ଲିକ୍ ହୁଏ ତେବେ ତାହା କେଉଁ ପିଲାର ବୋଲି ଜଣାପଡ଼ିଯିବ । ଆସନ୍ତାକାଲି ଠାରୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ପତ୍ର ନୋଡାଲ୍ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ । ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ପ୍ରଶ୍ନ ପତ୍ର ପଠାଯିବ । କନ୍ଧମାଳ ଏବଂ ମାଲକାନଗିରି ମାଓ ଅଧ୍ୟୁଷିତ ଜିଲ୍ଲାରେ ୧୭ଟି ଥାନାରେ ନୋଡାଲ୍ ସେଣ୍ଟର୍ କରାଯାଇଛି । ସମସ୍ତ ନୋଡାଲ ସେଣ୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ଲାଇଭ୍ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି, ଯାହାକୁ ବୋର୍ଡ କାର୍ଯ୍ୟାଳୟରୁ କଣ୍ଟ୍ରୋଲ କରାଯିବ । ସେହିପରି କେଉଁ ମାର୍ଗ ଦେଇ ପ୍ରଶ୍ନ ପତ୍ର ଗାଡ଼ି ଯିବ ତାହା ମଧ୍ୟ ସ୍ଥିର ହୋଇଛି । ପ୍ରତି ଗାଡ଼ିରେ ବୋର୍ଡର କର୍ମଚାରୀ ଉପସ୍ଥିତ ରହିବେ । ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପଠାଯିବ । Post navigation Naveen Writes To Mohan Majhi: ଧାନ ବିକ୍ରିରେ ଚାଷୀ ଭୋଗୁଥିବା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି Jatani Election: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ; ଦେଲେ ଜଟଣୀରୁ ଲଢ଼ିବା ନେଇ ଦେଲେ ସଂକେତ