ଗୋରୁ ମାଫିଆ ଘରେ ପୋଲିସର ରେଡ। ଭଦ୍ରକ ମୁଲ୍ଲାସାହିରେ ଗୋ-ମାଫିଆ ଶେଖ୍ ତାଜୁଦ୍ଦିନ ଘରେ ରେଡ୍। ଭଦ୍ରକର ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ।ଅବୈଧ ଗୋ ଚାଲାଣ ଲିଙ୍କରେ ୨ ପ୍ଲାଟୁନ ଫୋର୍ସ ସହ ଚଢାଉ କରିଛି । ୫ଟି ଜିଲ୍ଲାରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ରେଡ୍ କରିଛି । ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ଚଢାଉ ଜାରି । ୫ଟି ଜିଲ୍ଲାରେ ୪୭ ଟିମ୍ ସହ ଚଢାଉ ଜାରି ରଖିଛି କେନ୍ଦୁଝର ପୋଲିସ । ଗଣିବା ପାଇଁ ନିୟୋଜିତ ଅଛନ୍ତି ୭ ପୋଲିସ । ଯାଜପୁରର ପାଣ୍ଡିଆ ଗୋପୀନାଥ ପୁର ଅଞ୍ଚଳରେ ଚଢାଉ ଜାରି ।ତେଲକୋଇର ୪ଟି ସ୍ଥାନରେ ୨୦ ଜଣିଆ ଟିମ ଚଢାଉ ଜାରି ରଖିଛନ୍ତି । ମାଫିଆଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। କେବଳ ଟଙ୍କା ନୁହେଁ ପୁଳାପୁଳା ସୁନାଗହଣା ମଧ୍ୟ ଜବତ ହୋଇଛି। ଏବେ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଆହୁରି ମଧ୍ୟ ଗଣତି ଚାଲିଛି। ଭଦ୍ରକ ପୁରୁଣା ବଜାରର ସେକ ରାଜନଙ୍କ ଏହି ଟଙ୍କା ସବୁ ଜବତ ହୋଇଛି। ପୋଲିସ ସେକ ରାଜନଙ୍କୁ ଅଟକ ରଖି ଉକ୍ତ ଟଙ୍କା ବାବଦରେ ପଚରାଉଚରା କରୁଛି। ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ମୁଲ୍ଲା ସାହିରେ ଜଣେ ଗୋରୁ ମାଫିଆଙ୍କ ଘରେ ଚଢ଼ାଉ। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗଇଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଭଦ୍ରକ ପୋଲିସ ସହାୟତାରେ ଏହି ଚଢ଼ାଉ କରିଛି। ବେଆଇନ ଭାବେ ଗୋ ଚାଲାଣ କରି ଅର୍ଥ ରଖିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ମୁଲ୍ଲାସାହି ରେ ଥିବା ସେକ ରାଜନଙ୍କ ଘରେ ଚଢ଼ାଉ ଚାଲିଛି। ରେଡ ବେଳେ ପୁଳାପୁଳା ଟଙ୍କା ଏବଂ ସୁନାଗହଣା ଜବତ କରାଯାଇଛି। ତେବେ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। Post navigation ED Raids BJD Leader House: ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ED ରେଡ୍; ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା