ଟିଟିଲାଗଡ଼ ନିକଟସ୍ଥ ଚୋରମରା ଗାଁରେ ଥିବା ମହାବୀର ପେପର କାଗଜ ଫ୍ୟାକ୍ଟ୍ରିରେ ଲାଗିଛି ଭୟଙ୍କର ନିଆଁ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। କୌଣସି ଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।

କାରଖାନାର ଗୋଦାମ ଗୃହରେ ନିଆଁ ଲାଗିଥିବାରୁ କାଗଜ ଓ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଦୃତ ଗତିରେ ମାଡିଯାଇଥିବା ଜଣାପଡିଛି। କାରଖାନାଟି ଛୋଟ ହୋଇଥିବାରୁ ଏବଂ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ଜଣାପଡିନାହିଁ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରୁଛି।

Leave a Reply

Your email address will not be published. Required fields are marked *