୩୭୦ ଧାରା ଉଚ୍ଛେଦ ହେବା ପରେ ଦୀର୍ଘ ୬ ବର୍ଷ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଗତ ସେମାବାର ଠାରୁ ୫ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ଆଜି ଜମ୍ମୁ-କଶ୍ମୀରରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଦେଖିବାକୁ ମିଳିଛି ଶାସକ ଓ ବିରୋଧୀଙ୍କ ହାଇଡ୍ରାମା । ଧାରା ୩୭୦ ବ୍ୟାନର ପ୍ରଦର୍ଶନକୁ ନେଇ ବିଧାନସଭାରେ ବିଧାୟକମାନଙ୍କ ମଧ୍ୟରେ ହୋଇଛି ଧସ୍ତାଧସ୍ତି ।

ଜେଲରେ ଥିବା ବାରମୂଲ୍ଲା ସାଂସଦ ଇଞ୍ଜିନିୟର ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ୍ ଜମ୍ମୁ-କାଶ୍ମୀର ବିଧାନସଭାରେ ଧାରା ୩୭୦ ସମ୍ପର୍କିତ ବ୍ୟାନର ପ୍ରଦର୍ଶନ କରିଥିଲେ । ବିଜେପି ବିଧାୟକ ସୁନୀଲ ଶର୍ମା ତାଙ୍କ ନିକଟକୁ ଆସି ଉକ୍ତ ବ୍ୟାନରଟିକୁ ଛଡ଼ାଇନେବାକୁ ଚେଷ୍ଟା କରିଥିଲେ। ପରେ ଏହି ବିଷୟକୁ ନେଇ ବଚସା ଏବଂ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକାଧିକ ବିଧାୟକ ଗଣ୍ଡଗୋଳରେ ସାମିଲ ହୋଇଥିଲେ । ଉତ୍ତେଜନା ବଢିବା ଦ୍ଵାରା ମାର୍ଶାଲଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଗଣ୍ଡଗୋଳ ପରେ ଗୃହକୁ ସାମୟିକ ଭାବେ ମୁଲତବୀ ଘୋଷଣା କରାଯାଇଥିଲା ।

ସୂଚନଯୋଗ୍ୟ; କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରିଥିଲେ । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଶାସକ ଦଳ ପକ୍ଷରୁ ଏହାକୁ ପୁନଃ ଲାଗୁ କରିବା ଲାଗି ଐତିହାସିକ ପ୍ରସ୍ତାବ ପାରିତ କରାଯାଇଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି, ଧାରା ୩୭୦ ପୁନଃ ଲାଗୁ କରିବାର ଆବଶ୍ୟକତା ରହିଛି । ସେପଟେ ବିଜେପି କହିଛି ଏହା ଦେଶ ବିରୋଧୀ ଏଜେଣ୍ଡା । ଉତ୍ତେଜନା ପରେ ବାଚସ୍ପତି ବିଧାନସଭା ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ।

 

Leave a Reply

Your email address will not be published. Required fields are marked *