କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନ ଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତି ନୂଆ ଚାଲ୍। ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର। ଅସ୍ତ୍ରଶସ୍ତ୍ର ଛାଡ଼ି ଏବେ ବେଧଡ଼କ ଛାପୁଛନ୍ତି ଜାଲ୍ ନୋଟ୍। ନିରୀହ ଆଦିବାସୀଙ୍କୁ ମୋହରା ସଜାଇ ଉକ୍ତ ଜାଲ ନୋଟକୁ ମାର୍କେଟକୁ ଛାଡୁଛନ୍ତି। ଯାହାର ବଡ଼ ଖୁଲାସା କରିବା ସହ ବିପୁଳ ନକଲି ନୋଟ୍ ଓ ପ୍ରିଣ୍ଟର ଜବତ କରିଛି ଛତିଶଗଡ଼ ପୁଲିସ।

ଛତିଶଗଡ଼ ସମେତ ଓଡ଼ିଶା ସୀମାନ୍ତରେ ଯବାନଙ୍କ ଲଗାତର ଏନକାଉଣ୍ଟର ଆଗରେ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ ଧରାଶାୟୀ ହେବାରେ ଲାଗିଛି। ଏହାକୁ ସଜାଡ଼ିବା ପାଇଁ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ। ଜଙ୍ଗଲରେ ଛାପୁଛନ୍ତି ଜାଲ୍ ନୋଟ୍। ଏହାର ପ୍ରମାଣ ଏବେ ସାମ୍ନାକୁ ଆସିଛି। ପଚାଶ ଠାରୁ ଆରମ୍ଭ କରି ଶହେ, ଦୁଇ ଶହ ଓ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍ ସେମାନେ ଛାପୁଛନ୍ତି।

Leave a Reply

Your email address will not be published. Required fields are marked *