ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଆଗୁଆ ହେବାର ସମ୍ଭାବନା ରହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ଫେବୃଆରୀ ୨୦୨୭ ରେ ଜନଗଣନା ସ୍ଥିର ହୋଇଥିବା ବେଳେ, ସରକାର ଦୁଇ ରୁ ତିନି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି । ଆଉ ୬ ମାସ ରହିଛି ପଞ୍ଚାୟତ ନିର୍ବାଚନ । ୬ ମାସ ଭିତରେ ବାକି କାମ ସାରି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସାମଲ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସାମଲ ଏହି କଥା କହିଛନ୍ତି । ମନମୋହନ ସାମଲ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସବୁ ବ୍ଲକ୍, ପଞ୍ଚାୟତ ଓ ୱାର୍ଡରେ ଜିତିବାକୁ ପଡିବ । ସେ କହିଛନ୍ତି ଯେ ସବୁ ଜିଲ୍ଲା ପରିଷଦରେ ବିଜେପିକୁ ଜିତିବାକୁ ପଡିବ ଏବଂ ସବୁ ଜାଗାରେ ନେତୃତ୍ୱ ତିଆରି କରିବାକୁ ପଡିବ । ଆଗକୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ ହେବ ବୋଲି ସେ କହିଛନ୍ତି । ଯେଉଁମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ। Post navigation Arvind Mohapatra Shows Strength: ପାଟକୁରାରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଅରବିନ୍ଦ ମହାପାତ୍ର