ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ ଦେଇଛନ୍ତି ଯେ ବାତ୍ୟା ‘ଦାନା’ ପ୍ରଭାବିତ ଓଡ଼ଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ହେନ୍ତାଳ ବନ ସୃଷ୍ଟି ପାଇଁ ଓଡିଶା ସରକାର ଯୋଜନା ଆରମ୍ଭ କରିଛନ୍ତି | ବାତ୍ୟା ‘ଦାନା’ ଓଡ଼ିଶାର ଅନେକ ସ୍ଥାନରେ ଧ୍ୱଂସଲୀଳା ସୃଷ୍ଟି କରିଥିଲା, ଯାହାର ଫଳସ୍ୱରୂପ ଗଛ ଉପୁଡ଼ିବା, ଘର ଭାଙ୍ଗିବା, ଆକସ୍ମିକ ବନ୍ୟା ଏବଂ ଜୀବନହାନୀ ଘଟିଥିଲା।

ଏପରି ବିପର୍ଯ୍ୟୟ ଓଡ଼ିଶା ପାଇଁ ନୂଆ ନୁହେଁ। ଏବଂ ଇତିହାସ ସାକ୍ଷୀ ଯେ ଓଡ଼ିଶା ଅତୀତରେ ୧୯୯୯ ରେ ସୁପର ସାଇକ୍ଲୋନ ସହ ଫାଇଲିନ, ହୁଡହୁଡ, ତିତିଲି ପରି ଅନେକ ବାତ୍ୟା ସହ ବିପଦଜନକ ପାରସ୍ଥିତି କୁ ମୁକାବିଲା କରିଛି ।

ଆଗାମୀ ଭବିଷ୍ୟତ ଏଭଳି ପରିସ୍ଥିତି ନ ଉପୁଜିବା ପାଇଁ ଓଡ଼ିଶା ସରକାର ଯୋଜନା ପ୍ରସ୍ତୁତ କରିବା ସହ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ଗତ ୨୫ବର୍ଷ ଧରି ଓଡିଶା ବହୁ ବିପର୍ଯୟ ର ସମ୍ମୁଖୀନ ହୋଇଛି ଓ ସାହାସିକତା ର ସହ ମୁକାବିଲା ମଧ୍ୟ କରିଛି । ତେଣୁ ଭବିଷ୍ୟତ ରେ ଅତ୍ୟଧିକ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକ ରେ ଓଡିଶା ସରକାର ହେନ୍ତାଳ ବଣ ସୃଷ୍ଟି କୁ ପ୍ରାଧାନ୍ୟ ଦେବେ ବୋଲି ମତ ବ୍ୟକ୍ତ କରିଛନ୍ତି । ଏହା ସହ ବାତ୍ୟା ର ମୁକାବିଲା ରେ ସାହାଯ୍ୟ କରିଥିବା ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *