ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ନୂଆ ପିସିସି ସଭାପତି ହେବା ପରେ କଂଗ୍ରେସରେ ହଲ୍ଚଲ ସୃଷ୍ଟି କରୁଥିବା ଦେଖା ଯାଇଛି । ପିସିସି ସଭାପତି ନିଯୁକ୍ତ ହେଉ ହେଉ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଉପରୁ ହଟିଛି ନିଲମ୍ବନ । ନିଲମ୍ବନ ହଟାଇଲେ ନୂଆ ପିସିସି ସଭାପତି ଭକ୍ତଚରଣ ଦାସ । ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୬ ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ କଟକ ଜିଲ୍ଲା କଂଗ୍ରେସ ସଭାପତି । Post navigation ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ