ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ମହାନ୍ତ। ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା ବୋଲି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ପୁଣି ରାଜ୍ୟସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରିନଥିଲେ।ଦଳ ମୋତେ ଯେତେବେଳେ ଯେଉଁ କାମ ଦେବ, ନିଷ୍ଠାପର ଭାବେ କରିବି ବୋଲି କହିଛନ୍ତି ଶ୍ରୀମତୀ ମହାନ୍ତ। ଏ ନେଇ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସଭାପତି ଜେ ପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା । ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହେବ। ବିଜେଡିରେ ସମ୍ମାନ ମିଳୁନଥିବାରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *