ଦୁର୍ଗାପୁର ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖାମଖିଆଲି ମନ୍ତବ୍ୟ ଏବେ ସାରା ଦେଶକୁ ଚକିତ କରିଦେଇଛି । ମମତା ବାନାର୍ଜୀ କହିଛନ୍ତି ଏହି ମାମଲାରେ ‘ମୋତେ ପଚାରନି, ପୋଲିସକୁ ପଚାର। ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ । ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଜଣ ଆବଶ୍ୟକତା ରହିଛି ।

ସେ ଆଉ ମଧ୍ୟ କହିଛନ୍ତି ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲା, ତେଣୁ ଘରୋଇ ମେଡିକାଲ କଲେଜ ଦାୟୀ। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି, କାହାକୁ ଛାଡ଼ାଯିବ ନାହିଁ । ମୁଁ ଯେତିକି ଜାଣିଛି ଘଟଣାଟି ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି । ଘରୋଇ ମେଡିକାଲ୍‌ କଲେଜ ଝିଅମାନଙ୍କ ଦାୟିତ୍ବ ଠିକ୍‌ ଭାବେ ନେବା ଦରକାର । ଏହା ସହ ଝିଅ ମାନେ ସେମାନେ ନିଜେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ ରହିଛି । ଅନ୍ୟ ରାଜ୍ୟଗୁଡ଼ିକରେ ଏହା ଘଟିଲେ ମଧ୍ୟ ନିନ୍ଦନୀୟ । ଏହିପରି ଘଟଣା ମଣିପୁର, ଉତ୍ତରପ୍ରଦେଶ, ବିହାର, ଓଡ଼ିଶାରେ ଘଟିଛି ।ଆମେ ମଧ୍ୟ ଭାବୁଛୁ ଯେ ସେଠାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।

ମମତା କହିଛନ୍ତି ଯେ ତିନି ସପ୍ତାହ ପୂର୍ବରୁ ଓଡ଼ିଶାର ବେଳାଭୂମିରେ ତିନି ଜଣ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିଲା। ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । କିନ୍ତୁ ଯଦି ବଙ୍ଗଳାରେ ମହିଳାଙ୍କ ସହିତ କିଛି ହୁଏ, ତେବେ ଆମେ ଏହାକୁ ସାଧାରଣ ଘଟଣା ବୋଲି ଭାବୁନାହୁଁ । ବାହାରୁ ପଶ୍ଚିମବଙ୍ଗକୁ ପଢ଼ିବାକୁ ଆସୁଥିବା ଛାତ୍ରୀମାନଙ୍କୁ ରାତିରେ ବାହାରକୁ ନ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ । ଘରୋଇ କଲେଜଗୁଡ଼ିକ ମଧ୍ୟ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଯତ୍ନ ନେବା ଦାୟିତ୍ୱ ଅଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଲେ ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍‌ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ବର ADM ଓ ଅତିରିକ୍ତ ଏସ୍‌ପି ପହଞ୍ଚିଛନ୍ତି । ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଫିସ୍‌ରେ ବିଚାରବିମର୍ କରାଯାଉଥିବା ଜଣାପଡିଛି । ପୀଡ଼ିତାଙ୍କ ବାପା ଓ ଅନ୍ୟ କିଛି ସହଯୋଗୀ ମଧ୍ୟ ଉପସ୍ଥିତ ସୂଚନା ।

Leave a Reply

Your email address will not be published. Required fields are marked *