ଗୋଷ୍ଠୀ କନ୍ଦଳ ଯୋଗୁଁ ଖପ୍ପା ହାଇକମାଣ୍ଡ । ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ । ବୈଠକରେ ଖଡ଼ଗେ କହିଛନ୍ତି ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଥିବା ଦିଲ୍ଲୀରେ ଶୁଣୁଛୁ । ତେଣୁ ଏକାଠି ହେବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ ନେତା ମାନେ ଏକାଠି ହେବେନି ଦଳ ରି-ଭାଇବ କରିପାରିବନି । ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ସମସ୍ତଙ୍କ ମତ ଯାହା ଥାଉ ସମସ୍ତେ ମିଶିକି କାମ କର । ଏହାସହ ଉପକୂଳ ଓଡ଼ିଶାରେ ଫୋକସ୍ କରିବାକୁ ଦେଲେ ପରାମର୍ଶ ରାହୁଲ । ସମସ୍ତେ ଏକାଠି ହେଲେ ଦଳ ସୁଦୃଢ ହେବ ବୋଲି ମତ ରଖିଛନ୍ତି । ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି, ଏକଜୁଟ ରୁହ, ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କର । ଜାତି ଜନଗଣନା, ପଛୁଆବର୍ଗଙ୍କୁ ସଂରକ୍ଷଣ, ଦଳିତଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି ଆନ୍ଦୋଳନ କରି ଲୋକଙ୍କ ପାଖକୁ ଯିବାକୁ ବରିଷ୍ଠ ନେତାଙ୍କୁ ପରମର୍ଶ ଦେଇଛନ୍ତି ରାହୁଲ ଗାନ୍ଧୀ । Post navigation ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ; କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି: ଆଇନ ମନ୍ତ୍ରୀ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ବନ୍ଦ ହେବନି ଆନ୍ଦୋଳନ; ଚେତାବନୀ ଦେଲା ଓଡ଼ିଶା ଡ୍ରାଇଭର୍ ମହାସଂଘ