ବିଶ୍ବର ସବୁଠୁ ବଡ଼ ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ମହାକୁମ୍ଭ ମୌନୀ ଅମାବାସ୍ୟାରୁ ଆରମ୍ଭ ହୋଇଯାଇଛି । ୫୦ ଦିନ ଧରି ଏହି ମହାକୁମ୍ଭ ଚାଲିବାକୁ ଥିଲାବେଳେ ରେକର୍ଡ ସଂଖ୍ୟକ ୫୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇସାରି ଲେଣି ପ୍ରୟାଗରାଜରେ । ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଏଥିପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି । ତେବେ ଯେଉଁ କାରଣରୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚି ଏହି ଭବ୍ୟ ଆୟୋଜନରେ ନିଜକୁ ସାମିଲ କରିପାରୁଛନ୍ତି ତା’ର ଶ୍ରେୟ ନିଶ୍ଚିତ ଯିବ ରେଳବାଇକୁ। ଦେଶର ଜୀବନରେଖା ରେଳବାଇ ନିଜର ପ୍ରତିବଦ୍ଧତାକୁ ଜାହିର କରି ମହାକୁମ୍ଭକୁ ଆହୁରି ଭବ୍ୟ କରିଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ପ୍ରୟାଗରାଜ ଷ୍ଟେସନରେ ଯେଉଁଭଳି ବ୍ୟବସ୍ଥା ରେଳବାଇ ପକ୍ଷରୁ କରାଯାଇଛି ତାକୁ ନିଶ୍ଚିତ ପ୍ରଶଂସା କରାଯିବ । ଆଉ ଏହାର ଶ୍ରେୟ ଯିବ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ।

ମହାକୁମ୍ଭ ପାଇଁ ବହୁ ପୂର୍ବରୁ ସତନ୍ତ୍ର ମାଷ୍ଟର ପ୍ଲାନ ରେଳବାଇ ପ୍ରସ୍ତୁତ କରିଥିଲାବେଳେ ଏହାର ମଙ୍ଗ ଧରିଛନ୍ତି ରେଳମନ୍ତ୍ରୀ । ରେକର୍ଡ ସଂଖ୍ୟକ ୧୩ ହଜାର ଟ୍ରେନର ଘୋଷଣା କରାଯାଇଥିଲାବେଳେ ୧୦ ହଜାର ନିୟମିତ ୩ ହଜାର ବିଶେଷ ଟ୍ରେନ ଚଳାଚଳ କରୁଛି ପ୍ରୟାଗରାଜକୁ । ୨୦୦ରୁ ୩୦୦ କିଲୋମିଟର ଦୂରରେ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ୧୮ଶହ ଛୋଟ ଦୂରତ୍ୱ ଟ୍ରେନ, ପ୍ରୟାଗରାଜ ପାଇଁ ସ୍ପେଶାଲ ୩୧୩୪ ସ୍ପେଶାଲ ଟ୍ରେନ।

ଚଳାଚଳ କରୁଛି ଦେଶର ବିଭିନ୍ନ କୋଣ ଅନୁକୋଣରୁ । ଖାଲି ସ୍ପେଶାଲ ଟ୍ରେନ ନୁହେଁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଅସୁବିଧା, ସ୍ଵାସ୍ଥ୍ୟ ସବୁକୁ ଗୁରୁତ୍ଵ ଦେଇଛି ରେଳବାଇ।

 

Leave a Reply

Your email address will not be published. Required fields are marked *