ରାଜ୍ଯ ସରକାର ଓଡ଼ିଶାରେ ଆଇଏଏସ୍ କ୍ୟାଡରରେ ଅଦଳବଦଳ କରିଛନ୍ତି, ଦୁଇଟି ବିଭାଗରେ ନୂତନ ସଚିବ ନିଯୁକ୍ତ କରିଛନ୍ତି ଏବଂ ଅତିରିକ୍ତ ଦାୟିତ୍ୱ ସହିତ ଅନେକ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି।ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ୨୦୦୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଗିରିଶ ଏସ୍. ଏନ୍. ଙ୍କୁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଭାବରେ ନିଯୁକ୍ତ କରାଯାଇଛି। କେନ୍ଦ୍ରୀୟ ପ୍ରତିନିଯୁକ୍ତିରୁ ଫେରିବା ପରେ ଗିରିଶ ଏସ୍. ଏନ୍. ଙ୍କୁ ଏକ ନୂଆ କାର୍ଯ୍ଯ ମିଳିଥିଲା। ୨୦୦୮ ବ୍ୟାଚର ଆଇଏଏସ୍ ଅଧିକାରୀ ଗୁହା ପୁନମ୍ ତାପସ୍ କୁମାରଙ୍କୁ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ଯ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଓଡ଼ିଶା ଜଙ୍ଗଲ ବିକାଶ ନିଗମର ଅଧ୍ଯକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିର୍ଭୟ ରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ସମ୍ପର୍କିତ ଖବର ବାରମ୍ବାର ପ୍ରକାଶ ପରେ ସରକାର ବୀର ବିକ୍ରମ ଯାଦବ ଙ୍କୁ ହଟାଇ ଗ୍ରାମାଞ୍ଚଳ ବିକାଶ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି | Post navigation ହିନ୍ଦୁ ଯୁବତୀ ଙ୍କୁ ବିବାହ କଲେ ମିଳୁଥିଲା ମୋଟା ଅଙ୍କ ର ଟଙ୍କା : ଲଭ ଜିହାଦ ଗଜପତି ଜିଲ୍ଲା ୫ଟି ସ୍କୁଲ ରେ ପାଣି ଅଭାବ, ଶିକ୍ଷକ ଓ ଛାତ୍ରଛାତ୍ରୀ ହନ୍ତସନ୍ତ