ଭୁବନେଶ୍ୱରର ସିଆରପି ଛକ ନିକଟରେ ଥିବା ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପାଖାପାଖି ଅନେକଗୁଡ଼ିଏ ଦୋକାନ ଏଠାରେ ରହିଛି, ତେଣୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ; ସେଠାରେ ଥିବା କଣ୍ଢେଇ ଦୋକାନରେ ନିଆଁ ଲାଗିଛି। ନୂଆ କରି ଦୋକାନ ଖୋଲିଥିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। କଣ୍ଢେଇ ଓ ଖେଳନା ଯୋଗୁ ନିଆଁ ମାତ୍ରାଧିକ ଭାବେ ବ୍ୟାପିଛି। କପା ଏବଂ ପ୍ଲାଷ୍ଟିକ୍ ଖେଳଣାରେ ତିଆରି ଟେଡି ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ନିଆଁ ଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡରେ ଦୋକାନ ମାଲିକଙ୍କର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି।

ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସଠିକ୍ ପରିମାଣ ଏପର୍ଯ୍ୟନ୍ତ ଆକଳନ କରାଯାଇ ନଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ମିଳିନାହିଁ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ନିଆଁକୁ ଆହୁରି ବ୍ୟାପିବାକୁ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *