Major Fire Breaks Out at Bhubaneswar Unit-I Market

ସୋମବାର ଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ରାତି ପ୍ରାୟ ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ତେବେ ୩ ଘଣ୍ଟା ପରେ ୧୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ରାତି ୧ଟା ୩୫ରେ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀକୁ ଖବର ଆସିଥିଲା । ପ୍ରାୟ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । ହାଟରେ ପ୍ଲାଷ୍ଟିକ୍‌ ନିଆଁକୁ ଅଧିକ ବଳ ଯୋଗାଇଥିଲା ବୋଲି ଚିଫ୍ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି ।

ବିଏମସି କମିଶନର ଚଞ୍ଚଳ ରଣା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବ୍ୟବସାୟୀମାନେ ବହୁଳ ମାତ୍ରରେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି । ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରିଦେଇଛନ୍ତି ।

ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି । ଏନେଇ DPR ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା । ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ଏସଆରସି ମଞ୍ଜୁର କରିଥିବା କଥା ବିଏମସି କମିଶନର କହିଛନ୍ତି ।

 

 

By Nirvay

Leave a Reply

Your email address will not be published. Required fields are marked *