କେନ୍ଦ୍ର ସରକାର ଉତ୍କଳ କେଶରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏହିପରି ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଜାତୀୟ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ଗୃହମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାର ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀକୁ ଜାତୀୟ ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡିଶାର କିମ୍ବଦନ୍ତୀ ଜାତୀୟତାବାଦୀ ନେତାଙ୍କ ପାଇଁ ଏହା ଏକ ବଡ଼ ମହାନ ଶ୍ରଦ୍ଧାଞ୍ଜଳୀ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସୂଚନଯୋଗ୍ୟ; ୨୧ ନଭେମ୍ବର ୧୮୯୯ ମସିହାରେ ମହାନ ଜନ ନାୟକ ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବ ଭଦ୍ରକ ଜିଲ୍ଲାର ଅଗରପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୁନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ । ୨ ଜାନୁଆରୀ ୧୯୮୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । Post navigation ମେଘନାଦ ପାଚେରୀରୁ ପାଣି ଗଳିବା ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: ବିଜେଡି ୨୦୩୬ରେ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଇଓସିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ