ଆଜି ମୁମ୍ବାଇ ମହାନଗର ନିଗମ ସମେତ ୨୯ଟି ପୌର ସଂସ୍ଥା ପାଇଁ ମତଦାନ । ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ ଚାଲିଛି। ଯେଉଁଥିରେ ୩.୪୮ କୋଟି ଭୋଟର ୧୫,୯୩୧ ଜଣ ପ୍ରାର୍ଥୀଙ୍କୁ ନିର୍ଣ୍ଣୟ କରୁଛନ୍ତି। ସକାଳ ୭ଟାରୁ ଗଣନା ଆରମ୍ଭ ହୋଇଛି। ସନ୍ଧ୍ୟା ୫.୩୦ରେ ଶେଷ ହେବ । ନିର୍ବାଚନର ଫଳାଫଳ ଜାନୁଆରୀ ୧୬ ତାରିଖରେ ଘୋଷଣା କରାଯିବ। ଏହା ଶିବସେନାର ୨୦୨୨ରେ ବିଭାଜନ ପରେ ପ୍ରଥମ ବିଏମସି ନିର୍ବାଚନ । ଏହି ନିର୍ବାଚନ ୧୫,୯୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ, ଯେଉଁଥିରେ ମୁମ୍ବାଇର ୧୭୦୦ ଏବଂ ପୁଣେର ୧୧୬୬ ପ୍ରାର୍ଥୀ ସାମିଲ ଅଛନ୍ତି। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ, ବରିଷ୍ଠ ଅଧିକାରୀମାନଙ୍କ ସମେତ ୨୫,୦୦୦ ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ମୁମ୍ବାଇରେ ନିୟୋଜିତ କରାଯାଇଛି। ମୁମ୍ବାଇ ମହାନଗର ନିଗମର ୨୩ଟି ଡିଭିଜନ୍ କେନ୍ଦ୍ରରେ EVM ଏବଂ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀ ବଣ୍ଟନ କରାଯାଇଛି।ପ୍ରତ୍ୟେକ ଗଣନା କେନ୍ଦ୍ରରେ ନିର୍ବାଚନ ସାମଗ୍ରୀର ସୁରକ୍ଷା ପାଇଁ ସୁରକ୍ଷିତ ଷ୍ଟ୍ରଙ୍ଗ୍ ରୁମ୍ ସହିତ ସଜ୍ଜିତ କରାଯାଇଛି, ଏବଂ ଗଣନା ପ୍ରକ୍ରିୟା ସମୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। Post navigation Puri Shrimandir: ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍; ଭିଡିଓ ଭାଇରାଲ Nipah Virus: ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣା; ଓଡ଼ିଶାକୁ ବ୍ୟାପିନି ନିପା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ