ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି। ଆଜି ଝାଡ଼ଖଣ୍ଡର ୩୮ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ୨୮୮ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି।

ମହାରାଷ୍ଟ୍ରର ଏହି ବିଧାନସଭା ଆସନ ଲାଗି ପଡ଼ିବ ଭୋଟ୍‌ ମୈଦାନରେ ଅଛନ୍ତି ମୋଟ୍‌ ୪ ହଜାର ୧୩୬ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ରାଜ୍ୟରେ ପ୍ରାୟ ୫ ଲକ୍ଷ ପୋଲିଂ କର୍ମଚାରୀ ୧ ଲକ୍ଷ ୪ଶହ ୨୭ଟି ମତଦାନ କେନ୍ଦ୍ରରେ ନିୟୋଜିତ ରହିଛନ୍ତି। ସେହିପରି ମତଦାତାମାନେ ନିର୍ଭୟରେ ଭୋଟ୍ ଦେବା ପାଇଁ ୨ ଲକ୍ଷ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନଭେମ୍ବର ୨୩ତାରିଖରେ ଫଳାଫଳ ପ୍ରକାଶ ପାଇବ।ଏହି ଆସନଗୁଡ଼ିକରେ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ସେହିପରି ଆଜି ଦ୍ୱିତୀୟ ପର୍ୟ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ଭୋଟ୍ ପଡ଼ିବ । ଝାଡ଼ଖଣ୍ଡ ବିଧାନସଭାର ମୋଟ୍‌ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ଭୋଟ୍ ୧୩ ତାରିଖରେ ପଡ଼ିଥିଲା । ମୋଟ ୪୩ଟି ଆସନ ଲାଗି ମତଦାନ ହୋଇଥିଲା । ଏଥର ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନରେ ମୋଟ୍‌ ୫୨୮ ପ୍ରାର୍ଥୀ ରହିଛନ୍ତି । ପାଖାପଖି ୧ କୋଟି ୨୩ ଲକ୍ଷ ମତଦାତା ଭୋଟ୍ ଦେବେ ।

ଅନ୍ୟପଟେ ଆମ୍ବେଦକର ନଗରର କତେହାରୀ, ମୈନପୁରୀର କରହାଲ, ମୁଜାଫରନଗରର ମୀରାପୁର, ଗାଜିଆବାଦ, ମିର୍ଜାପୁରର ମଝୱାନ, କାନପୁର ନଗରର ସିସାମାଉ, ଆଲିଗଡ଼ର ଖଇର, ପ୍ରୟାଗରାଜର ଫୁଲପୁର ଏବଂ ମୋରାଦାବାଦର କୁନ୍ଦରକି ଆସନରେ ଉପନିର୍ବାଚନ ହେବ। ଏହି ୯ଟି ବିଧାନସଭା ଆସନ ପାଇଁ ମୋଟ ୯୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

 

Leave a Reply

Your email address will not be published. Required fields are marked *