ଖୁବ ଶୀଘ୍ର ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି । ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ।ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସରକାର ବହୁତ ତ୍ୱରିତ ଗତିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କର କେତେ ସମ୍ପତ୍ତି ରହିଛି ତାହାର ସଠିକ୍ ଆକଳନ କରାଯିବ । ଏଥିପାଇଁ ଯାହା ପଦକ୍ଷେପ ନିଆଯିବ କଥା ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । Post navigation ବେଆଇନ ଖଣି ଖନନ ମାମଲା; ଓଡ଼ିଶା ସରକାରଙ୍କ ଉପରେ ଏନଜିଟିର ଜରିମାନା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର