ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ । ପୁରୀ ଶ୍ରୀମନ୍ଦିରରେ ଥିବା ଆନନ୍ଦ ବଜାରରେ ଏକ ସ୍ୱତନ୍ତ୍ର କାଉଣ୍ଟର୍ ରହିବ, ଯେଉଁଠାରେ ଜୈବିକ ଚାଉଳରେ ପ୍ରସ୍ତୁତ ମହାପ୍ରଭୁଙ୍କ ମହାପ୍ରସାଦ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ।

ଅରବିନ୍ଦ ପାଢ଼ୀ କହିଛନ୍ତି ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ । ଏଥି ପାଇଁ ବରଗଡ଼, କଟକର ନିଆଳି ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି। ବଳଭଦ୍ର ଜୈବିକ ଚାଷ ମିଶନ ରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି। କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ । ଯଦି ବଳକା ରହେ ତେବେ କିଛି ପରିମାଣର ମହାପ୍ରସାଦ ମଧ୍ୟ ପରିମାଣ।

ସେ ଆଉ ମଧ୍ୟ କହିଛନ୍ତି ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର। ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ। ଗତ ରଥଯାତ୍ରା ବେଳେ ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ଭୋଗରେ ଏହି ଜୈବିକ ଚାଉଳର ବ୍ୟବହାର ହୋଇଥିଲା।

Leave a Reply

Your email address will not be published. Required fields are marked *