Mahakumbh: Over 66.21 cr devotees took holy dip in 45 days

ସରିଲା ଐତିହାସିକ ପ୍ରୟାଗରାଜ ମହାକୁମ୍ଭ ମେଳା । ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୬୬ କୋଟିରୁ ଅଧିକ ଭକ୍ତ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି ।

ଏ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ସୂଚନା ଦେଇଛନ୍ତି ।

ଆଜି ଶେଷ ଦିନରେ, ମହାଶିବରାତ୍ରି ଅବସରରେ ଆସ୍ଥା ଓ ବିଶ୍ୱାସର ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ । ବିଶ୍ୱର ସର୍ବବୃହତ ମାନବ ସମାବେଶର ଶ୍ରଦ୍ଧାଳୁଙ୍କୁ ସମ୍ମାନ ଜଣାଇ ଭାରତୀୟ ବାୟୁ ସେନା ଆକାଶରେ ଏକ ଚମତ୍କାର ଏୟାର ସୋ ପ୍ରଦର୍ଶନ କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *