ପାଖେଇ ଆସୁଛି ମହା ଶିବରାତ୍ରୀ ତଥା ଜାଗର । ଚଳିତବର୍ଷ ଫେବୃଆରୀ ୧୫ ତାରିଖରେ ପଡୁଛି ଜାଗର । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ୧୫ ତାରିଖରେ ଶିବରାତ୍ରି ପାଳନ ନେଇ କୌଣସି ଦ୍ଵନ୍ଦ ନଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ସୂଚନା ଦେଇଛନ୍ତି । ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ହୋଇଥାଏ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ବର୍ଷ ଫେବୃଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢ଼ା ପଡୁଛି । ମହା ଆଡମ୍ବରରେ ଜାଗର ପାଳନ କରିବାନେଇ ଏବେ ଠାରୁ ପ୍ରାୟ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । Post navigation Penguin India On Naravane’s Memoir: ପୂର୍ବତନ ସେନାମୁଖ୍ୟଙ୍କ ପୁସ୍ତକ ପ୍ରକାଶିତ ହୋଇନଥିବା କହିଲା ପେଙ୍ଗୁଇନ ରୢାଣ୍ଡମ ହାଉସ ଇଣ୍ଡିଆ Odisha CM Launches 250 New Ambulances: ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ