ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ ଯୋଗୁଁ ବନ୍ଦ ରହିଛି ବାବା ଲିଙ୍ଗରାଜଙ୍କ ନୀତିକାନ୍ତି। କାଲି ପଇତା ଲାଗି ନୀତି ବନ୍ଦ ପରଠୁ ସବୁ ନୀତିକାନ୍ତି ବନ୍ଦ ରହିଛି। କାଲି ସନ୍ଧ୍ୟା ପରଠୁ ନୀତିକାନ୍ତି ହୋଇନି, ସାଧାରଣ ଦର୍ଶନ ଚାଲିଛି । ନୀତିକାନ୍ତି ବନ୍ଦ ଥିବାରୁ ପ୍ରଭୁ ଲିଙ୍ଗରାଜ କାଲିଠୁ ଉପାସରେ ଅଛନ୍ତି।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବାବା ଲିଙ୍ଗରାଜଙ୍କ ସେବାୟତ। ସେ କହିଛନ୍ତି, କାଲି ରାତିରୁ ଏ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି। ଠାକୁରଙ୍କ ନୀତିରେ ଚରମ ଅବହେଳା। କାହାର ନିଦ ଭାଙ୍ଗୁନି, କମିଶନର ଏପର୍ଯ୍ୟନ୍ତ ମନ୍ଦିରକୁ ଆସୁନାହାନ୍ତି। କାଲି ରାତି ୧୨ଟା ଯାଏଁ ମନ୍ଦିର ଦ୍ୱାର ଖୋଲା ରହିଲା। ଏଠି ଗୋଟେ ପ୍ରହସନ ଚାଲିଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *