ସାରା ରାଜ୍ୟ ମାଆଙ୍କ ଆଗମନରେ ଉତ୍ସବମୁଖର ଥିବା ବେଳେ ଏବେ ଯାଜପୁରରୁ ସାମ୍ନାକୁ ଆସିଛି ମଣ୍ଡପରୁ ଚୋରି ହୋଇଥିବା ଘଟଣା। ମା’ ଜଗଦମ୍ବାଙ୍କୁ ବି ଛାଡ଼ିଲେନି ଦୁର୍ବୃତ । ଦୁର୍ଗାପୂଜା ମଣ୍ଡପରୁ ମା’ ଦୁର୍ଗାଙ୍କ ଅଳଙ୍କାର ଚୋରି କରି ଫେରାର୍ ହୋଇଛନ୍ତି ଦୁର୍ବୃତ । ଏହି ଭଳି ଘଟଣା ଯାଜପୁରର କୋରେଇ ଥାନା ବରୁଣ୍ଡେଇବଙ୍ଗାଳୀ ସାହିରେ ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଗତକାଲି ମହାଅଷ୍ଟମୀ ରାତିରେ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀଙ୍କ ଠାରୁ ଅଳଙ୍କାର ଲୁଟ୍ । ପାଖାପାଖି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ପୂଜା କମିଟି । ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ; ଯାଜପୁର ଜିଲ୍ଲା କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରେ ଗତକାଲି ରାତିରେ ଆୟୋଜକ କମିଟି ସଦସ୍ୟ ଓ ପୂଜକ ମଣ୍ଡପ ଫାଟକରେ ତାଲା ପକାଇ ଶୋଇବାକୁ ପଳାଇଥିଲେ । ପରେ ଶୌଚ ହେବାକୁ ଉଠିବା ବେଳକୁ ମଣ୍ଡପ ଫାଟକ ଖୋଲା ରହିଥିବା ସହ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀଙ୍କ ଗହଣା ଏବଂ ରୂପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ପରେ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ଜଣାଇବା ସହ ଆଜି ସକାଳୁ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *