ଆହ୍ଲାବାଦ ହାଇକୋର୍ଟ ବିଚାରପତି ତଥା ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ଘଟଣାରେ ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍ ବିର୍ଲା । ତାଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ନଜରରେ ରଖି ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍ ର୍ବିଲା ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର , ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ, କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିଭି ଆଚାର୍ଯ୍ୟ କମିଟି ସଦସ୍ୟ । ଲୋକସଭାରେ କମିଟି ଗଠନ ଘୋଷଣା କରି ବାଚସ୍ପତି ବିର୍ଲା କହିଛନ୍ତି ଯେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ୧୪୬ ଜଣ ସାଂସଦଙ୍କ ଦ୍ୱାରା ସ୍ୱାକ୍ଷରିତ ମହାଭିଯୋଗ ପ୍ରସ୍ତାବକୁ ମଧ୍ୟ ଗୃହୀତ କରାଯାଇଛି । ଯାଞ୍ଚ ଅଧିନିୟମ ୧୯୬୮ (୩) ଏବଂ ଉପଧାରା ୨ ଅନୁସାରେ ଆସିଥିବା ବିଚାରପତି ବର୍ମାଙ୍କୁ ପଦରୁ ହଟାଇବାକୁ ଆସିଥିବା ପ୍ରସ୍ତାବରେ ତିନି ଜଣିଆ କମିଟି ଯାଞ୍ଚ କରିବେ । Post navigation ଭୁବନେଶ୍ବରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍