ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ୨୦୧୮ରେ ସଜ୍ଜନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ହେଲେ କୋର୍ଟଙ୍କ ରାୟ ବିରୋଧରେ ଅପିଲ କରିଥିଲେ ସଜ୍ଜନ କୁମାର। କିନ୍ତୁ ଆଜି ଆଜି ଆଜୀବନ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରାଯାଇଛି ।

ସୂଚନାଯୋଗ୍ୟ, ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ନିଜ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଦେଇଥିଲେ । ଯାହାପରେ ଦେଶରେ ଶିଖ୍ ବିରୋଧୀ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଙ୍ଗାକାରୀମାନେ ଶିଖ୍‌ ସମ୍ପ୍ରଦାୟକୁ ଟା‌ର୍ଗେଟ୍‌ କରିଥିଲେ ଏବଂ ସେମାନଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ପୋଡ଼ାଜଳା କରିଥିଲେ। ଏହି ଦଙ୍ଗାରେ ଜଶୱନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ସରସ୍ବତୀ ବିହାରରେ ହତ୍ୟା କରାଯାଇଥିଲା ।  ଏହି ଭିଡ଼ର ନେତୃତ୍ୱ ନେଇଥିଲେ ତତ୍କାଳୀନ କଂଗ୍ରେସ ସାଂସଦ ସଜ୍ଜନ କୁମାର, ଯିଏ ସେତେବେଳେ ବାହାରୀ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ସଜ୍ଜନ କୁମାର ଆକ୍ରମଣ ପାଇଁ ଭିଡ଼କୁ ଉସୁକାଇଥିଲେ, ଯାହା ପରେ ଉଭୟ ଶିଖଙ୍କୁ ସେମାନଙ୍କ ଘରେ ଜୀବନ୍ତ ଜାଳି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *