ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ଦେଶରେ ବ୍ୟାପକ ମାତ୍ରାରେ ଟ୍ରାଫିକ ଚାଲାଣ ପୈଠ କରାଯାଉ ନାହିଁ । ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା ଆଦାୟ ହୋଇଛି । ତେଣୁ ସରକାର ଏଥିପାଇଁ ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି। କୌଣସି ଇ-ଚାଲାଣର ପେମେଣ୍ଟ ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ ଭରିବାକୁ ପଡିବ । ଯଦି ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ ନ ଭରା ହୁଏ ତେବେ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍ କରାଯିବ । ଏହା ସହିତ ବିପଜ୍ଜନକ ଗାଡି ଚାଳନା ଓ ରେଡ୍ ଲାଇଟ ଅତିକ୍ରମ କରିବା ପରି ତ୍ରୁଟି ପାଇଁ ବର୍ଷକରେ ତିନୋଟି ଚାଲାଣ କଟିଥିବ ତାହେଲେ ମଧ୍ୟ ଲାଇସେନ୍ସ ରଦ୍ଦହେବ । Post navigation ପିଏଫ୍ ଉଠାଣ: ଏଏସଏସି ୫ ଲକ୍ଷକୁ ବୃଦ୍ଧି ଏପ୍ରିଲ୍ରୁ ଜୁନ୍ ଅଗ୍ନିବର୍ଷା; ସତର୍କ କଲା ଆଇଏମ୍ଡି