ଭୁବନେଶ୍ୱର ଦେଶୀ ମଦର ହବ୍ ପାଲଟିଛି ସାଲିଆ ସାହି । ପୁଣି ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍‌ ।ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ୍‌ର ଚଢାଉ ବେଳେ ଶହଶହ ଲିଟର ଦେଶୀ ମଦ ଜବତ ସହ ପୋଚ ଜବତ ହୋଇଥିବାର ଜଣାପଡିଛି ।

ପୂଜାପାଇଁ ଦେଶୀମଦ ପ୍ରସ୍ତୁତ ହେଉଥିବାବେଳେ କୈାଣସି ସୁତ୍ରରୁ ଖବରପାଇ ଅବକାରୀ ଥାନା ପୋଲିସ ଅଚାନକଭାବେ ଚଢାଉକରିଥିଲା । ଘଟଣାସ୍ଥଳରୁ ଶହଶହ ଲିଟର ଦେଶୀ ମଦ ନଷ୍ଟ ଜବତ କରିବା ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ନିୟମିତ ବ୍ୟବଧାନରେ କମିଶନରେଟ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସାଲିଆ ସାହିରେ କରାଯାଉଛି ଚଢାଉ । ସବୁବେଳେ ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ଦେଶୀ ମଦ,ପୋଚ,ହାଣ୍ଡିଆ, ଜବତ କରାଯାଉଛି । କିନ୍ତୁ ଦେଶୀ ମଦ ବାହାରିବା ବନ୍ଦ ହେଉନାହିଁ ।

Leave a Reply

Your email address will not be published. Required fields are marked *