ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ନିଜ ନାମରେ କରିଛି। ଏହି ବିଜୟ ସହିତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରୁ ଅବସର ନେଇଛନ୍ତି ଷ୍ଟାର ଖେଳାଳୀ ପି ଆର ଶ୍ରୀଜେଶ। ସେ ୧୮ ବର୍ଷ ଧରି ଭାରତୀୟ ହକି ଟିମର ସୁରକ୍ଷା କବଚ ସାଜିଥିଲେ। ଶ୍ରୀଜେଶ ଆଜି ବି ମ୍ୟାଚ ପୂର୍ବରୁ ପ୍ରତିଶୃତି ଦେଇଥିଲେ ଦେଶ ଓ ତାଙ୍କ ଫ୍ୟାନଙ୍କୁ ନିରାଶ ହେବାକୁ ଦେବେନି। ସେ ପ୍ରତିଶୃତି ରଖିଛନ୍ତି, ସ୍ବପ୍ନ ଭାଙ୍ଗିବାକୁ ଦେଇନାହାନ୍ତି। ଟିମ୍କୁ ଲାଗାତର ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତାଇଛନ୍ତି। ଖେଳାଳୀମାନେ ମଧ୍ୟ ଏହି ବିଜୟର ଶ୍ରେୟ ଶ୍ରୀଜେଶଙ୍କୁ ସମର୍ପିତ କରିଛନ୍ତି।

ଶ୍ରୀଜେଶ ଭାରତ ପାଇଁ ୩୩୫ଟି ମ୍ୟାଚ ଖେଳିଛନ୍ତି। ଅନେକ ମ୍ୟାଚରେ ବହୁ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ସେ ହାରି ଯାଇନାହାନ୍ତି। କେବେ କେବେ ପୁରା ଡିଫେନ୍ସକୁ ଏକ ସମ୍ଭାଳିଛନ୍ତି। ସେ ମ୍ୟାଚରେ ଥିଲେ ଟିମ ପୁରା ନିଶ୍ଚିନ୍ତ ରହେ। ସେ କେବେ ୱାର୍ଲଡ କପ ଜିତିପାରି ନାହାନ୍ତି, ହେଲେ ଦୁଇ ଦୁଇଟି ଅଲିମ୍ପିକ ମେଡାଲ ସାଙ୍ଗରେ ନେଇ ଯାଉଛନ୍ତି।

ଶ୍ରୀଜେଶ ପ୍ରଥମେ ୨୦୧୨ରେ ଅଲିମ୍ପିକ ଡେବ୍ୟୁ କରିଥିଲେ। ହେଲେ ଟିମ ଏକାଦଶ ସ୍ଥାନରେ ଥିଲା। ୨୦୧୬ରେ ଟିମର କ୍ୟାପଟେନ ହେଲେ ପି ଆର ଶ୍ରୀଜେଶ। ଭାରତ ଗ୍ରୁପ ରାଉଣ୍ଡରେ ଦୁଇଟି ମ୍ୟାଚ ଜିତି କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା। ହେଲେ କ୍ୱାର୍ଟର ଫାଇନାଲରେ ହିଁ ଅଲିମ୍ପିକରୁ ଆଉଟ ହୋଇଯାଇଥିଲା। ଏହା ପରେ ପଦକ ଜିତିବା ଯେପରି ଶ୍ରୀଜେଶଙ୍କ ଲକ୍ଷ୍ୟ ହୋଇଯାଇଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଶ୍ରୀଜେଶ ଟିମର କ୍ୟାପଟେନ ନଥିଲେ ମଧ୍ୟ ନେତୃତ୍ୱ ନେଇଥିଲେ। ଟୋକିଓରେ ବ୍ରୋଞ୍ଜ ଜିତିଥିଲା ଭାରତ। ଏହି ବିଜୟ ସହିତ ଭାରତର ପଦକ ଜିତିବା ସ୍ବପ୍ନ ମଧ୍ୟ ପୂରଣ ହୋଇଥିଲା।

Leave a Reply

Your email address will not be published. Required fields are marked *