leander-paes-joins-bjp-ahead-of-west-bengal-assembly-elections
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଭାରତୀୟ ଟେନିସ ଜଗତର ଖ୍ୟାତନାମା ଖେଳାଳି ଲିଆଣ୍ଡର ପେସ ଆଜି ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି ।
 
କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଓ ସୁକାନ୍ତ ମଜୁମଦାରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
 
କହିରଖୁଛୁ ଯେ, ୨୦୨୨ ଗୋଆ ନିର୍ବାଚନ ପୂର୍ବରୁ ପେସ୍‌ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହେବା ପରେ ପେସ ଭାବବିହ୍ୱଳ ହୋଇ କହିଛନ୍ତି ଯେ, ଜୀବନ ସାରା ସେ ନିଜ ପାଇଁ, ପରିବାର ସଦସ୍ୟଙ୍କ ପାଇଁ ଓ ଦେଶ ପାଇଁ ସମ୍ମାନ ହାସଲ କରିବାକୁ କଠିନ ପରିଶ୍ରମ କରିଛନ୍ତି । ଏବେ ଦେଶ ଓ ଯୁବଗୋଷ୍ଠୀର ସେବା କରିବାର ସମୟ ଆସିଥିବା ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *