ପୁଣି ଚର୍ଚ୍ଚାରେ କିଟ୍ ବିଶ୍ଵବିଦ୍ୟାଳୟ। ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ପୋଲିସ ନିଜ କାର୍ଯ୍ୟ ସଠିକ ଭାବେ କରୁଛି । ବିଭାଗ ତଦନ୍ତ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି । ପ୍ରାଥମିକ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କିଟ୍ ଛାତ୍ରୀଙ୍କ ମୃତ୍ୟୁ ଏକ ଅଭାବନୀୟ ଘଟଣା । ଆଜିକାଲିର ଯୁବପିଢ଼ି ସାମାନ୍ୟ କିଛି ଘଟଣା ଯୋଗୁଁ ଆତ୍ମହତ୍ୟା ପନ୍ଥାକୁ ବାଛି ନେଉଛନ୍ତି, ଯାହା ଏକ ଚିନ୍ତାର ବିଷୟ ଅଟେ । ରାଜ୍ୟସରକାର ଏହି ଘଟଣାକୁ ଗମ୍ଭୀର ଭାବେ ନେଇ ତଦନ୍ତ ଜାରିରଖିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଶେଷ କରିବାକୁ ସରକାର ଆଗାମୀ ଦିନରେ ପଦକ୍ଷେପ ନେବେ । Post navigation ଦିଘାରେ ଜଗନ୍ନାଥ ମନ୍ଦିର ବିବାଦ ଘଟଣା; ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ: ରାମକୃଷ୍ଣ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦୂତାବାସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ