ନୂଆବର୍ଷରେ ଛାତ୍ରୀଛାତ୍ରଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି । ଜାନୁଆରୀ ୫ରେ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆବର୍ଷରେ ଜନଜାତି ଛାତ୍ରୀଛାତ୍ରଙ୍କୁ ମିଳିବ ୫ ହଜାର ଟଙ୍କା। ଏହି ଯୋଜନାରେ ରାଜ୍ୟର ଲକ୍ଷାଧିକ ଏସସି, ଏସଟି ଛାତ୍ରଛାତ୍ରୀମାନେ ଉପକୃତ ହେବ ବୋଲି ସରକାର ଆଶା କରିଛନ୍ତି । ଏହି ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବେ । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । Post navigation ମହାନଦୀରୁ ୨ଟି ପୂରାତନ ମୂର୍ତ୍ତି ଉଦ୍ଧାର ନୂଆବର୍ଷରେ ଜଗା ଦର୍ଶନ; ଆଜି ରାତି ୧ଟାରୁ ଖୋଲିବ ସିଂହଦ୍ବାର