ରାସନକାର୍ଡକୁ ଇ-କେୱାଇସି ସହ ସଂଯୋଗ କରିବା ନେଇ ରାଜ୍ୟ ସରକାର ଆଉ ଦେବେ ନାହିଁ ସମୟ । ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଯଦି ଇ-କେୱାଇସି କରା ନ ଗଲେ ସରକାର ରାସନକାର୍ଡରୁ ହିତାଧିକାରୀଙ୍କ ନାମକୁ ତାଙ୍କ ତରଫରୁ କାଟିଦେବେ । ଆଉ ନୂଆ ତାଲିକାରେ ପ୍ରକାଶ କରିବେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଇ-କେୱାଇସି କରି ନାହାଁନ୍ତି । ୧୫ ତାରିଖ ଭିତରେ ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । ଇ-କେୱାଇସି ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ ।ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କିଛି ଲୋକ କରୁ ନାହାଁନ୍ତି । ଯେଉଁମାନେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଇ-କେୱାଇସି ନ କରି ନ ଥିବେ ସେମାନଙ୍କୁ ସରକାର ବାଧ୍ୟ ହୋଇ ତାଲିକାରୁ କାଟି ଦେବେ । ଏହା ପରେ ପୋର୍ଟାଲ ଖୋଲାଯିବ । ଏହା ସହ ପ୍ରାୟ ୬ ଲକ୍ଷ ନୂତନ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କୁ ରାସନକାର୍ଡ ତାଲିକା ଅନ୍ତର୍ଭୁକ୍ତ କରାଯିବ । Post navigation ପୁଣି ଚର୍ଚ୍ଚାରେ ବିଜେଡିର ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚି ଛତିଶଗଡରେ ବଡ଼ ଏନକାଉଣ୍ଟର: ୨ ଯବାନ ସହିଦ ହୋଇଥିବା ବେଳେ ୩୧ ମାଓବାଦୀ ନିହତ