ପ୍ରବଳ ବର୍ଷା ସାଙ୍ଗରେ ନେପାଳର ନାରାୟଣଗଡ଼-ମୁଗଲିନ ରୋଡ୍‌ ସେକ୍ସନରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

 

ସୂଚନଯୋଗ୍ୟ, ନେପାଳରେ ଲାଗିରହିଛି ବର୍ଷା। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ତିନିଟା ସମୟରେ ହଠାତ୍ ଭୂସ୍ଖଳନ ହେବା ଫଳରେ ବସ୍ ଓଲଟି ତ୍ରିଶୂଳି ନଦୀରେ ପଡ଼ିଥିଲା। ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଏପରି ଘଟିଛି। ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଚିତଓ୍ବାନର ମୁଖ୍ୟ ଜିଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି, ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ ଏବଂ ସର୍ଚ୍ଚ ଅପରେଶନ ଚାଲିଛି। ଲଗାଣ ବର୍ଷା ବାଧା ସୃଷ୍ଟି କରୁଛି। ନିଖୋଜ ବସ୍‌ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି।

ଅନ୍ୟପଟେ ଦୁଃଖ ପ୍ରକାଶ ସହ ରେସ୍କ୍ୟୁ ଅପରେସନ ପାଇଁ ନିର୍ଦେଶ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ।

Leave a Reply

Your email address will not be published. Required fields are marked *