ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ଜମି। ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ମିଳିବ ଜମି । ୫ ବର୍ଷ ଭିତରେ ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ । ଯେଉଁମାନଙ୍କର ୪ ଡିସିମିଲ୍‌ରୁ କମ ଜମି ଥିବା, ସେମାନଙ୍କୁ ମିଳିବ ଜମି ।

ଏହା ସହ ଯେଉଁ ଜନଜାତି ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡିସିମିଲ୍‌ ଜମି ମିଳିବ । ହୀରାକୁଦ ନିର୍ମାଣରେ ଯେଉଁମାନେ ବିସ୍ଥାପିତ ହୋଇଥିଲେ, ଜମି ପଟ୍ଟା ମିଳିବ । ୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *