କୋଇଲା ଖଣି ଚୋରିକୁ ନେଇ ଏବେ ସାମ୍ନାକୁ ଆସିଛି ସଙ୍ଗୀନ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଗୋପାଳପୁର ରେଞ୍ଜ କୋଇଲା ଖଣି ଚୋରିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ କୁସୁମ ଟେଟେ । ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଗୋପାଳପୁର ରେଞ୍ଜରେ କୁଲାପୁଡ଼ା ଏବଂ ତେଲଣ୍ଡିହି ଅଞ୍ଜଳରେ ବ୍ୟାପକ ପରିମାଣରେ କୋଇଲା ଖଣି ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ । ଏହି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖିଛନ୍ତି ସୁନ୍ଦରଗଡ଼ ହେମଗିରିରେ ବର୍ଷ ବର୍ଷ ଧରି ଏଠାରେ କୋଇଲା ଚୋରି ହେଉଛି । ଜଙ୍ଗଲ ଭିତର ୩୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ୧୦୦ରୁ ଅଧିକ କୋଇଲା ଖଣି ଓ ୪୦ ଟି କୋଇଲା ଷ୍ଟକ୍ କରି ଚୋରି ହେଉଛି । ବିପୁଳ ପରିମାଣରେ ଚୋରି କରି କୋଇଲାକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ସହିତ ମଧ୍ୟ ପ୍ରଦେଶକୁ ଚାଲାଣ କରାଯାଉଛି । ତେଣୁ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। Post navigation ଏପ୍ରିଲ ୨୨-୨୩ରେ ମିଳିବ ‘ସୁଭଦ୍ରା’ କିସ୍ତି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି