୨୦୨୪ ମସିହା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ନିଜର ସତ୍ତା ହରାଇଛି । ରାଜ୍ୟ ବିଜଦ ସରକାର ସମୟରେ ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜର କ୍ଷମତା କେନ୍ଦ୍ର ହୋଇ ରହିଥିଲେ। ସୁଦାମ ମାରାଣ୍ଡି ଲୋକସଭା ଆସନରେ ଏବଂ ପତ୍ନୀ ବାଙ୍ଗିରିପୋଷୀ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି।

ମୟୂରଭଞ୍ଜର ନୂତନ କ୍ଷମତା କେନ୍ଦ୍ର ହୋଇଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ମୋରଡା ବିଧାନସଭା ଆସନରୁ ପ୍ରଥମ ଥର ବିଧାୟକ ହୋଇ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କ୍ୟାବିନେଟ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ମୟୂରଭଞ୍ଜ ଇତିହାସରେ ପ୍ରଥମ ଥର ଗୁରୁତ୍ବପୂର୍ଣ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ଡ. କୃଷ୍ଣ । ୨୦୧୯ ମସିହା ବିଧାନସଭା ନିର୍ବାଚନରେ ମୋରଡା ଆସନରେ ବିଜଦ ପ୍ରାର୍ଥୀ ରାଜକିଶୋର ଦାସଙ୍କଠାରୁ ପରାଜିତ ହୋଇଥିଲେ ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାକ୍ତନ ବିଜଦ ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ବିଜଦ ପ୍ରାର୍ଥୀଙ୍କୁ ପରାସ୍ତ କରି ଭାଜପା ବିଧାୟକ ହୋଇଛନ୍ତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ଭାଜପା ଜିଲ୍ଲା ସଭାପତି ଭାବେ ନିଜର ପ୍ରମାଣିତ କରିଥିଲେ ଡ. କୃଷ୍ଣଚନ୍ଦ୍ର ମହାପାତ୍ର।

କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ଜିଲ୍ଲା ସଭାପତି ଥିବା ବେଳେ ୨୦୧୭ ମସିହା ଜିଲ୍ଲା ପରିଷଦ ନିର୍ବାଚନରେ ଭାଜପାର ଐତିହାସିକ ସଫଳତା ମିଳିଥିଲା। ମୟୂରଭଞ୍ଜରେ ଲୋକସଭା ସାଂସଦ ଏବଂ ସମସ୍ତ ବିଧାୟକ ବିଜଦର ଥୁବାବେଳେ ଜିଲ୍ଲା ପରିଷଦ ୫୬ଟି ଆସନରୁ ୪୯ଟି ଆସନ ଦଖଲ କରିଥିଲା ଭାଜପା। ସେତେବେଳେ ୨୦୧୭ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନୀ ସଭାରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ନିର୍ବାଚନରେ ଭାଜପାର ଐତିହାସିକ ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ। ଏବେ ମୟୂରଭଞ୍ଜ ଲୋକସଭା ସାଂସଦ ଏବଂ ସମସ୍ତ ବିଧାୟକ ଭାଜପାର ହୋଇଥିବାରୁ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଗାମୀ ଦିନରେ ସଂଗଠନର ସଫଳତା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *