କୋରାପୁଟ ସରକାରୀ କଲେଜର ନାମ ବଦଳି ହେଲା ସରକାରୀ ଡିଏଭି କଲେଜ, କୋରାପୁଟ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ୧୯୬୮ ମସିହାରେ ଦୟାନନ୍ଦ ଆଂଗ୍ଲୋ-ବୈଦିକ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୋରାପୁଟର ଶିକ୍ଷା ବିକାଶ ସମିତି ସହଯୋଗରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ୧୯୮୨ ମସିହାରେ ଓଡ଼ିଶା ସରକାର ଏହାକୁ ନିଜ ଅକ୍ତିଆରକୁ ନେଇ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୬-୧୨-୨୦୧୨ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେ ଡିଏଭି କଲେଜକୁ କୋରାପୁଟର ସରକାରୀ ମହାବିଦ୍ୟାଳୟ ନାମରେ ନାମିତ କରାଯାଇଛି । Post navigation ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟିଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଡବଲ୍ ଇଞ୍ଜିନ ସରକାରର ଡବଲ କମାଲ୍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, କେନ୍ଦ୍ରମନ୍ତ୍ରୀ ଗଡକରୀ ମଞ୍ଜୁର କଲେ