ଗଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଆମିଷ ଭୋଜନ ନିଷେଧ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ହୋଟେଲ, ରେସ୍ତୋରାଁ ଓ ଆମିଷ ଭୋଜନାଳୟକୁ ନିରାମିଷ ଭୋଜନ ପରିସର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷେଧାଦେଶ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଏନେଇ ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଚିଠି ଲେଖିଛନ୍ତି । ଯେଉଁଥିରେ ଜାନୁଆରୀ ୨୬ ତାରିଖ ଦିନ ମାଂସ, ଚିକେନ୍, ଅଣ୍ଡା ଓ ମାଛ ସମେତ ଆମିଷ ଜାତୀୟ ଖାଦ୍ୟ ବିକ୍ରି ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହାସହିତ ଗଣତନ୍ତ୍ର ଦିବସରେ ନିରାମିଷ ଖାଇବାକୁ ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛି । Post navigation Vice President In Odisha: ନେତାଜୀ ଜୟନ୍ତୀରେ ପରିକ୍ରମା ଦିବସରେ ସାମିଲ ହେଲେ ଉପରାଷ୍ଟ୍ରପତି State-Level Republic Day Parade At Bhubaneswar: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ପାଇଁ ଜୋରସୋରରେ ଅଭ୍ୟାସ