KL Rahul, Rishabh Pant makes History in 1st Test against England
ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ କ୍ରିକେଟରେ ଭାରତୀୟ ଟିମର ୱିକେଟ କିପର ବ୍ୟାଟର ରିଷଭ ପନ୍ତ ଏବଂ ଭାରତୀୟ ଓପନର ଲୋକେଶ ରାହୁଲ ଆଜି ଇତିହାସ ରଚିଛନ୍ତି ।
 
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟରୁ ବାହାରିଛି ଟ୍ୱିନ ସେଞ୍ଚୁରୀ । ପ୍ରଥମ ଇନିଂସରେ ୧୩୪ ରନର ଇନିଂସ ଖେଳିଥିବା ପନ୍ତ ଦ୍ୱିତୀୟ ଇନିଂସରେ ୧୧୮ ରନର ଇନିଂସ ଖେଳିଛନ୍ତି । ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ।
 
ସେହିପରି, ଇଂଲଣ୍ଡ ମାଟିରେ ଭାରତର ଓପନର ଭାବରେ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି କେଏଲ ରାହୁଲ । ୧୨୦ ରନ ସହିତ ରାହୁଲ ନିଜ ଟେଷ୍ଟ କ୍ୟାରିୟରର ନବମ ଶତକ ହାସଲ କରିଛନ୍ତି ଏବଂ ଭାରତୀୟ ଓପନର ସୁନୀଲ ଗାଭାସ୍କରଙ୍କୁ ପଛରେ ଛାଡିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *